ଖରା ଛୁଟିରେ ବି ପାଠ ପଢ଼ିବେ ପିଲା: ହ୍ୱାଟସଆପରେ ‘ସମର ଲର୍ଣ୍ଣିଂ’ ପାଇଁ ଓସେପାର ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍କୁଲଗୁଡ଼ିକ ଛୁଟି ଥିବା ବେଳେ ପିଲାମାନଙ୍କୁ ଶିକ୍ଷା ସହ ଯୋଡ଼ି ରଖିବା ପାଇଁ ଅଭିନବ ପନ୍ଥା ଆପଣାଇଛି ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA)। ଏଥର ଛାତ୍ରଛାତ୍ରୀମାନଙ୍କୁ ହ୍ୱାଟସଆପ୍ (WhatsApp) ମାଧ୍ୟମରେ ‘ସମର ଲର୍ଣ୍ଣିଂ’ ବା ଗ୍ରୀଷ୍ମକାଳୀନ ଶିକ୍ଷାଦାନ ପ୍ରଦାନ କରାଯିବ। ଶିଶୁବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଏହି ବ୍ୟବସ୍ଥାରେ ସାମିଲ ହେବେ। ଅଭିଭାବକମାନଙ୍କ ହ୍ୱାଟସଆପ୍ ନମ୍ବରକୁ ବିଭିନ୍ନ ଶିକ୍ଷାଭିତ୍ତିକ ଆସାଇନମେଣ୍ଟ (Assignment) ଏବଂ କାର୍ଯ୍ୟକ୍ରମ ପଠାଯିବ। ଘରେ ରହି ପିଲାମାନେ କିପରି ସହଜରେ ପାଠ ପଢ଼ିପାରିବେ, ସେଥିପାଇଁ ବାପା ମାଆଙ୍କୁ ହ୍ୱାଟସଆପ୍ ଜରିଆରେ ସୂଚନା ଦିଆଯିବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ମାନଙ୍କୁ ଆସନ୍ତା ୨୫ ତାରିଖ ସୁଦ୍ଧା ହ୍ୱାଟସଆପ୍ ଗ୍ରୁପ୍ ପ୍ରସ୍ତୁତ କରିବାକୁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ଅଧିକାଂଶ ସ୍ଥାନରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପରିସ୍ଥିତିକୁ ସମୀକ୍ଷା କରିବା ପରେ ସ୍କୁଲ ଖୋଲିବା ନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button