ରାଜ୍ୟରେ ଆଇନଶୃଙ୍ଖଳା ସଜାଡ଼ିବାକୁ ପଦକ୍ଷେପ: ୧୫ ବରିଷ୍ଠ ଆଇପିଏସ୍‌ଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ପୋଲିସ୍ ମୁଖ୍ୟାଳୟ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଜୁଲାଇ ମାସରୁ ବିଭିନ୍ନ ଜିଲ୍ଲାର ପୋଲିସିଂ ବ୍ୟବସ୍ଥାର ତୃଣମୂଳ ସମୀକ୍ଷା ଓ ଯାଞ୍ଚ ପାଇଁ ୧୫ ଜଣ ବରିଷ୍ଠ ଆଇପିଏସ୍ (IPS) ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିରୀକ୍ଷଣ ପ୍ରକ୍ରିୟା ଶେଷ ହେବାର ୧୫ ଦିନ ମଧ୍ୟରେ ମୁଖ୍ୟାଳୟରେ ରିପୋର୍ଟ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ବିଶେଷ କରି ଥାନା ହାଜତରେ ଘଟୁଥିବା ‘ଥାର୍ଡ ଡିଗ୍ରୀ’ (ଶାରୀରିକ ନିର୍ଯାତନା) ଏବଂ ଥାନା ସ୍ତରରେ ହେଉଥିବା ଅନିୟମିତତା ଉପରେ ଏହି ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିବା ସହ ଏହାର ବିଧିବଦ୍ଧ ସମୀକ୍ଷା କରିବେ। ଏହି ନୂତନ ଦାୟିତ୍ୱ ବଣ୍ଟନ ଅନୁଯାୟୀ, ସ୍ପେଶାଲ ଅପରେଶନ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ଅନ୍ୟ ୧୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲାର ନିରୀକ୍ଷଣ ଭାର ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button