୧୯ ଓ ୨୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ଦୁଇ ସର୍ବୋଚ୍ଚ ସାମ୍ବିଧାନିକ ତଥା ରାଜନୈତିକ ନେତୃତ୍ୱ- ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ଆସନ୍ତା ୧୯ ଓ ୨୦ ତାରିଖରେ ହେବାକୁ ଥିବା ଏହି ହାଇ-ପ୍ରୋଫାଇଲ୍ ରାଜ୍ୟ ଗସ୍ତକୁ ନେଇ ଏବେଠାରୁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୁରକ୍ଷା ବ୍ୟବସ୍ଥା, କାରକେଡ୍ ଗତିବିଧି ଏବଂ କାର୍ଯ୍ୟକ୍ରମ ସ୍ଥଳର ଯାଞ୍ଚ ପାଇଁ ରାଜ୍ୟ ସରକାର ଓ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ତତ୍ପର ହୋଇଉଠିଛନ୍ତି। ସୂଚନା ଅନୁଯାୟୀ, ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି କେତେକ ପ୍ରମୁଖ ସରକାରୀ ତଥା ଆଧିକାରିକ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ବିଭିନ୍ନ କେନ୍ଦ୍ରୀୟ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିବା ସହ ଅନେକ ବୃହତ୍ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡ଼ିଛି।



