ଲଗାଣ ବର୍ଷାରେ ବିପଦ ସଙ୍କେତ ଉପରେ ସାପୁଆ ଓ ବଡ଼ଜୋରା, ବନ୍ୟା ଜଳରେ ଅନେକ ଗାଁ ଜଳବନ୍ଦୀ

ଭୁବନେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳ ଦେଇ ପ୍ରବାହିତ ପ୍ରମୁଖ ନଈ ସାପୁଆ ଓ ବଡ଼ଜୋରାର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ସମଗ୍ର ଉପଖଣ୍ଡ ଜଳାର୍ଣ୍ଣବ ହୋଇପଡ଼ିଥିବା ବେଳେ ବ୍ୟାପକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଈଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ବନ୍ୟା ପାଣି ବିଭିନ୍ନ ଗାଁରେ ପ୍ରବେଶ କରିବା ଆରମ୍ଭ କରିଛି। ହିନ୍ଦୋଳ ଉପଖଣ୍ଡର କେତେକ ପଞ୍ଚାୟତରେ ବାସଗୃହ ମଧ୍ୟରେ ପାଣି ପଶିଯାଇଥିବା ବେଳେ ପ୍ରମୁଖ ଯୋଗାଯୋଗ ରାସ୍ତା ଉପରେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ଫଳରେ ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ନିଜ ଘର ଭିତରେ ବନ୍ଦୀ ହୋଇ ରହିଛନ୍ତି। କେବଳ ମଣିଷ ନୁହନ୍ତି, ଗୃହପାଳିତ ପଶୁମାନେ ମଧ୍ୟ ଏହି ପ୍ରଳୟଙ୍କରୀ ବର୍ଷା ଓ ବନ୍ୟା ଯୋଗୁଁ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button