ଦିଲ୍ଲୀ କୋର୍ଟରୁ କକରୋଚ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଜାମିନ ମାଞ୍ଜୁର

ନୂଆଦିଲ୍ଲୀ: କକରୋଚ ଜନତା ପାର୍ଟିର ସଂସ୍ଥାପକ ଅଭିଜିତ ଦୀପକେଙ୍କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ଏକ ସ୍ପେଶାଲ୍ ଏକ୍ସିକ୍ୟୁଟିଭ୍ ମ୍ୟାଜିଷ୍ଟ୍ରେଟ୍ କୋର୍ଟ କିଛି ସର୍ତ୍ତ ଆଧାରରେ ତାଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ଗତକାଲି ଦିଲ୍ଲୀରେ ତିରଙ୍ଗା ମାର୍ଚ୍ଚ ବାହାର କରୁଥିବା ବେଳେ ଦିଲ୍ଲୀ ପୋଲିସ ତାଙ୍କୁ ହିରାସତରେ ନେଇଥିଲା। ଅନ୍ୟମାନଙ୍କୁ ପରେ ଛାଡ଼ି ଦିଆଯାଇଥିଲେ ହେଁ ଦୀପକେଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶାନ୍ତି ଓ ଶୃଙ୍ଖଳା ଭଙ୍ଗ ନକରିବା ପାଇଁ ତାଙ୍କୁ ଏକ ‘ପିସ୍ ବଣ୍ଡ’ (ଶାନ୍ତି ରକ୍ଷା ମୁଚାଲିକା) ଦେବାକୁ ପଡ଼ିବ। ୫୦ ହଜାର ଟଙ୍କାର ମୁଚାଲକାରେ ତାଙ୍କୁ ଏହି ଜାମିନ ମିଳିଛି। ଦଳର ଆଇନଗତ କାର୍ଯ୍ୟକଳାପ ଦେଖୁଥିବା ରତ୍ନା ସିଂହ ମଧ୍ୟ ସୋସିଆଲ୍ ମିଡିଆ ମାଧ୍ୟମରେ ଅଭିଜିତଙ୍କ ମୁକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ତାଙ୍କୁ ଆଉ ନ୍ୟାୟିକ ହିରାସତକୁ ଯିବାକୁ ପଡ଼ିବ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button