ବିଷାକ୍ତ ମଦ ନେଲା ୧୩ ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ପୁଣି ଥରେ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ଏକ ଦୁଃଖଦ ସୂଚନା ମିଳିଛି। ପୁଣେ ଏବଂ ପିମ୍ପରି-ଚିଞ୍ଚୱଡ଼ ଅଞ୍ଚଳରେ ଏହି ବିଷାକ୍ତ ମଦ ପିଇବା ଯୋଗୁଁ ବର୍ତ୍ତମାନ ସୁଦ୍ଧା ମୋଟ ୧୩ ଜଣଙ୍କର ପ୍ରାଣହାନି ଘଟିଛି। ମିଳିଥିବା ସୂଚନା ମୁତାବକ, ପିମ୍ପରି-ଚିଞ୍ଚୱଡ଼ର ଦାପୋଡ଼ି ଏବଂ ଫୁଗେୱାଡ଼ି ଅଞ୍ଚଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଣେର କାଲେ ପଡ଼ଲ ଅଞ୍ଚଳରେ ୩ ଜଣ ଏବଂ ହଡପସର ଅଞ୍ଚଳରେ ୨ ଜଣ ପ୍ରାଣ ହରାଇଛନ୍ତି। ଯୋଗେଶ ୱାଙ୍ଖଡେ ନାମକ ଜଣେ ବ୍ୟକ୍ତି ଏହି ବିଷାକ୍ତ ତଥା ସ୍ପିରିଟ୍ ମିଶ୍ରିତ ମଦ ପ୍ରସ୍ତୁତ କରିଥିଲା। ଏହି ବେଆଇନ ମଦ ପୁଣେ ଏବଂ ପିମ୍ପରି-ଚିଞ୍ଚୱଡ଼ର ବିଭିନ୍ନ ଇଲାକାରେ ବ୍ୟାପକ ଭାବେ ବିକ୍ରି କରାଯାଉଥିଲା। ସ୍ଥାନୀୟ ଲୋକମାନେ ଏହି ମଦ ପିଇବାର କିଛି ସମୟ ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଦ୍ରୁତ ଗତିରେ ବିଗିଡ଼ିବାରେ ଲାଗିଥିଲା। ମୃତକମାନଙ୍କ ମୁହଁରୁ ଫେଣ ବାହାରିବା ସହ ଅଳ୍ପ ସମୟ ମଧ୍ୟରେ ସେମାନେ ଆଖି ବୁଜିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button