ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ୍‌କୁ ଘୋଷାଡ଼ି ନେଲା ଟ୍ରକ୍, ଜଣ ମୃତ ଓ ଅନ୍ୟ ଜଣେ ଗୁରୁତର

ଭୁବନେଶ୍ବର : ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସମାକୋଇ ବ୍ରିଜ୍ ଉପରେ ଏକ ସୂଚନାଯୋଗ୍ୟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ବାଇକ୍‌କୁ ଧକ୍କା ଦେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ତୁରଙ୍ଗ ଗ୍ରାମର ଦୁଃଖବନ୍ଧୁ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ। ସେହିପରି ଗୁରୁତର ଯୁବକ ଜଣକ ହେଲେ ରାଜକିଶୋରପଡ଼ା ଅଞ୍ଚଳର କଷ୍ଟୁ ସାହୁଙ୍କ ପୁଅ ରଞ୍ଜନ ସାହୁ। ସୂଚନା ଅନୁଯାୟୀ, ଦୀପକ ଏବଂ ରଞ୍ଜନ କୌଣସି କାମରେ ବାଇକ୍ ଯୋଗେ ପାଲଲହଡ଼ା ଯାଉଥିଲେ। ଏହି ସମୟରେ ସମାକୋଇ ବ୍ରିଜ୍ ଉପରେ ପଛପଟୁ ଆସୁଥିବା ଏକ ଅଜ୍ଞାତ ଟ୍ରକ୍ ସେମାନଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଟ୍ରକଟି ବାଇକ୍‌କୁ କିଛି ବାଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ଏବଂ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଟ୍ରକ୍ ଚକାରେ ଘଷି ହେବା ଯୋଗୁଁ ବାଇକ୍‌ରେ ନିଆଁ ଲାଗିଯାଇଥିଲା ଏବଂ ତାହା ସମ୍ପୂର୍ଣ୍ଣ ଜଳିଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଦୀପକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button