ତେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦଳବୃଦ୍ଧି ପ୍ରତିବାଦରେ କମ୍ୟୁନିଷ୍ଟ ଦଳର ୬ ଘଂଟିଆ ଓଡ଼ିଶା ବନ୍ଦ ବିକ୍ଷୋଭ

କେନ୍ଦ୍ରାପଡା/ ରାଜକନିକା : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବିରୋଧରେ ଓଡ଼ିଶା ବନ୍ଦ ବିକ୍ଷୋଭ ପ୍ରଦର୍ଶନ | ସକାଳ ୬ ରୁ ଦିନ ୧୨ଟା ଯାଏଁ ଓଡିଶା ବନ୍ଦ ଡାକରା ଦେଇଛି ବାମ ଦଳ | ବିଭିନ୍ନ ଜିଲ୍ଲାରେ ଜାରି ରହିଛି ଆନ୍ଦୋଳନ ।

ସାରା ରାଜ୍ୟରେ ଆଜି କମ୍ୟୁନିଷ୍ଟ ଦଳ ଓ ଜାତୀୟ କଂଗ୍ରେସ କମିଟିର ମିଳିତ ସମର୍ଥନ ଫଳରେ ରାଜ୍ୟ ବ୍ୟାପି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦିଆଯାଇଛି |ଏହି ବନ୍ଦ ପାଳନର ଆଂଶିକ ପ୍ରଭାବ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି | ରାଜକନିକା ବ୍ଲକର ଚନ୍ଦନ ପୋଖରୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଏଥିରେ କାଳିପ୍ରସାଦ ନାୟକ, ବିଧାନ ଦାସ, ଦାମୋଦର ଧଳ, ସବିତା ବରଜୁ ପ୍ରମୁଖ କର୍ମୀମାନେ ଯୋଗ ଦେଇଥିଲେ |

ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ଏହି ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି | ରାଜକନିକା ଥାନା ଅଧିକାରୀ ଉମାକାନ୍ତ ନାୟକ ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟ ସମ୍ପାଦନା କରିଛନ୍ତି |

Related Articles

Leave a Reply

Your email address will not be published.

Back to top button