ପାରିବାରିକ ବିବାଦରୁ ବ୍ରହ୍ମଗିରିରେ ଗୁଳିକାଣ୍ଡ: ସମ୍ପର୍କୀୟ ଭାଇଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର

ପୁରୀ: ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଳିକାବାଡି ଗାଁରେ ଏକ ଅଭାବନୀୟ ଗୁଳିକାଣ୍ଡ ଘଟିଛି। କୌଣସି ବିଷୟକୁ ନେଇ ସମ୍ପର୍କୀୟ ଦୁଇ ଭାଇଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଏହି ଝଗଡ଼ା କ୍ରମଶଃ ଉଗ୍ରରୂପ ନେବାରୁ ଜଣେ ଭାଇ ଅନ୍ୟ ଜଣଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଗୁଳିର ଶବ୍ଦ ଶୁଣି ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯୁବକଙ୍କୁ ଆତଙ୍କିତ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button