ଦୀପାବଳି ପର୍ଯ୍ୟନ୍ତ ଲାଗିବନି UPI ମର୍ଚ୍ଚାଣ୍ଟ ଫି

ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ଦେଶର ବ୍ୟବସାୟୀବର୍ଗଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର। ୟୁପିଆଇ (UPI) ଟ୍ରାଞ୍ଜାକ୍ସନ୍ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆସନ୍ତା ଅକ୍ଟୋବର ୧୫ ତାରିଖରୁ ଏହି ନିୟମ ଲାଗୁ ହେବାର ଥିଲେ ହେଁ, ପାର୍ବଣ କାରବାରକୁ ଦୃଷ୍ଟିରେ ରଖି ସରକାର ଓ NPCI ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ୟବସାୟୀମାନଙ୍କ ଦାବିକୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ନ୍ୟାସନାଲ ପେମେଣ୍ଟସ କୋର୍ପୋରେସନ ଅଫ୍ ଇଣ୍ଡିଆ (NPCI) ନିଜର ଅଫିସିଆଲ୍ ‘X’ (ଟ୍ୱିଟର) ହ୍ୟାଣ୍ଡେଲରେ ଏହି ସୂଚନା ସେୟାର କରିଛି। ପ୍ରସ୍ତାବିତ ନିୟମ ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଲାଗୁ ହେବାର ଥିଲା। ଏହି ଚାର୍ଜ ଗ୍ରାହକଙ୍କ ବଦଳରେ କେବଳ ଦୋକାନୀ ବା ମର୍ଚ୍ଚାଣ୍ଟମାନଙ୍କୁ ଦେବାକୁ ପଡ଼ିଥାନ୍ତା। ତେବେ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିବା ବେଳେ ନୂଆ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ଏହାଛଡ଼ା ଟେଲିକମ୍, ବୀମା, ରେଳବାଇ ଏବଂ ଇନ୍ଧନ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ପାଇଁ ୫ ଟଙ୍କାର ନିର୍ଦ୍ଧାରିତ MDR ଚାର୍ଜ ଲାଗୁ କରିବାର ପ୍ରସ୍ତାବ ମଧ୍ୟ ରହିଥିଲା। ଦୀପାବଳି ପୂର୍ବରୁ ଏହି ନିଷ୍ପତ୍ତି ସ୍ଥଗିତ ହେବା ଦ୍ୱାରା ପାର୍ବଣ ବଜାରରେ ବ୍ୟବସାୟୀମାନେ ବିଶେଷ ଭାବରେ ଉପକୃତ ହେବେ।

Related Articles

Leave a Reply

Your email address will not be published. Required fields are marked *

Back to top button