ଏଲ୍ ମୁରୁଗନଙ୍କ ମୋଦୀ କ୍ୟାବିନେଟ୍‌ ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରୁ ବିଜେପିର ବରିଷ୍ଠ ନେତା ଏଲ୍ ମୁରୁଗନ ଇସ୍ତଫା ଦେଇଛନ୍ତି। ସୂଚନା ଓ ପ୍ରସାରଣ ତଥା ମତ୍ସ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଥିବା ମୁରୁଗନ ନିଜର ରାଜ୍ୟସଭା ସଦସ୍ୟତାରୁ ମଧ୍ୟ ପଦତ୍ୟାଗ କରିଛନ୍ତି। ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ‘X’ (ଟ୍ୱିଟର୍‌)ରେ ଇସ୍ତଫା ନେଇ ସୂଚନା ଦେଇ ମୁରୁଗନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ମାତା ଏବଂ ତାମିଲନାଡୁର ସେବା କରିବା ତାଙ୍କ ଜୀବନର ସବୁଠୁ ବଡ଼ ସମ୍ମାନ ଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ‘ଜଣେ ଦିନ ମଜୁରିଆଙ୍କ ପୁଅଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ ଦେଶର ସେବା କରିବା ମୋ ଜୀବନର ସବୁଠୁ ବଡ଼ ସୌଭାଗ୍ୟ। ବର୍ତ୍ତମାନ ମୁଁ ତୃଣମୂଳ ସ୍ତରକୁ ଫେରି ଦଳୀୟ କର୍ମୀଙ୍କ ସହ ମିଶି କାମ କରିବାକୁ ଚାହୁଁଛି। ଆଗାମୀ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜେପିକୁ ଅଧିକ ମଜବୁତ କରିବା ପାଇଁ ମୁଁ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିବି। ମୋ ପାଇଁ ପ୍ରଥମେ ରାଷ୍ଟ୍ର, ତା’ପରେ ଦଳ ଏବଂ ସବୁଠୁ ଶେଷରେ ନିଜେ।’

Related Articles

Leave a Reply

Your email address will not be published. Required fields are marked *

Back to top button