ମୋଦୀଙ୍କ ‘ମନ୍ କି ବାତ୍’ରେ : କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, ଭୁବନେଶ୍ବରର ‘କ୍ୟାଚ୍ ଦି ରେନ୍’ ଅଭିଯାନକୁ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୩୬ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଆଜି ‘କାର୍ଗିଲ ବିଜୟ ଦିବସ’ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଭାରତୀୟ ସେନାର ଅସାଧାରଣ ଶୌର୍ଯ୍ୟକୁ ମନେ ପକାଇବା ସହ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜଳସଂରକ୍ଷଣ ପାଇଁ ଚାଲିଥିବା ‘କ୍ୟାଚ୍ ଦି ରେନ୍’ ଅଭିଯାନର ଭୂୟସୀ ପ୍ରଶଂସା କରିଛନ୍ତି। ସହିଦ ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମ ଜୀବନରେ କିଛି ଏପରି ତାରିଖ ଥାଏ, ଯାହାକୁ ମନେ ରଖିବା ପାଇଁ କ୍ୟାଲେଣ୍ଡର ଦେଖିବାକୁ ପଡ଼ିନଥାଏ। ଜୁଲାଇ ୨୬ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗର୍ବ ଓ ସ୍ୱାଭିମାନ ଭରିଦିଏ। କାର୍ଗିଲ୍ର ଦୁର୍ଗମ ପାହାଡ଼, ପ୍ରତିକୂଳ ପାଗ ଓ ଶତ୍ରୁର ଆହ୍ୱାନ ସତ୍ତ୍ୱେ ଆମ ସୈନିକମାନଙ୍କ ମନୋବଳ ଦୃଢ଼ ଥିଲା। ମାତୃଭୂମିର ସୁରକ୍ଷା ପାଇଁ ଆପଣାର ସବୁକିଛି ଉତ୍ସର୍ଗ କରିଥିବା ବୀର ସହିଦ ଓ ସାହସୀ ଯବାନମାନଙ୍କୁ ମୁଁ ହୃଦୟରୁ ପ୍ରଣାମ ଜଣାଉଛି।” ଏଥିସହିତ, ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବା ସହ ଦେଶର ବିଭିନ୍ନ ଭାଗରେ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ହେଉଥିବା ଜନଭାଗୀଦାରୀ ପ୍ରଚେଷ୍ଟାକୁ ଉଚ୍ଚପ୍ରଶଂସା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button