ବିମାନବନ୍ଦରରେ ଭୟଙ୍କର ରକେଟ୍‌ ଆକ୍ରମଣ: ୩ ବିଦେଶୀ ନାଗରିକ ମୃତ, ୩୬ ଆହତ

ନୂଆଦିଲ୍ଲୀ: ସାଉଦି ଆରବର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ୟେମେନର ହୁତି ବିଦ୍ରୋହୀମାନେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଯୋଗେ ରକ୍ତାକ୍ତ ଆକ୍ରମଣ କରିଛନ୍ତି। ଏହି ବିସ୍ଫୋରଣରେ ୩ ଜଣ ବିଦେଶୀ ନାଗରିକଙ୍କ ପ୍ରାଣହାନି ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ସାଉଦି ଆରବର ବେସାମରିକ ବିମାନ ଚଳାଚଳ ବିଭାଗ ଏହି ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କରିଥିବା ବେଳେ ହୁତି ବିଦ୍ରୋହୀମାନେ ବିମାନବନ୍ଦର ଓ ସାମରିକ ଘାଟି ଉପରେ ହୋଇଥିବା ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛନ୍ତି। ପ୍ରଥମ ଆକ୍ରମଣ ସାଉଦି ରାଜଧାନୀସ୍ଥିତ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିଲା, ଯେଉଁଥିରେ ଜଣେ ସୁଦାନୀ ନାଗରିକଙ୍କ ମୃତ୍ୟୁ ଘଟିବା ସହ ୮ ଜଣ ଆହତ ହୋଇଛନ୍ତି। ସେହିପରି ଆଭା ବିମାନବନ୍ଦର ଉପରେ ହୋଇଥିବା ଦ୍ୱିତୀୟ ଆକ୍ରମଣରେ ଜଣେ ମୋରୋକ୍କୋ ଏବଂ ଜଣେ ଆଲଜେରିଆନ୍ ନାଗରିକ ନିଜର ପ୍ରାଣ ହରାଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ଅନ୍ୟପଟେ ୟେମେନର ସରକାରୀ ଶାସିତ ରାଜଧାନୀ ଆଡେନ୍ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ମଧ୍ୟ ହୁତି ବିଦ୍ରୋହୀମାନେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିଛନ୍ତି, ଯାହା ଫଳରେ ସେଠାରେ ବିମାନ ଉଡ଼ାଣ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button