୧୩ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ: ଅଲଗା ହେଲେ ପବନ କଲ୍ୟାଣ ଓ ଅନ୍ନା

ଅମରାବତୀ: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ସୁପରଷ୍ଟାର ପବନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଅନ୍ନା କୋନିଡେଲା ପରସ୍ପରଠାରୁ ଅଲଗା ହୋଇଛନ୍ତି। ୧୩ ବର୍ଷର ଦାମ୍ପତ୍ୟ ଜୀବନ ପରେ ପାରସ୍ପରିକ ବୁଝାମଣା ଏବଂ ସମ୍ମାନର ସହ ସେମାନେ ଏହି ପଦକ୍ଷେପ ନେଇଥିବା ନେଇ ଇନ୍‌ଷ୍ଟାଗ୍ରାମ୍ ମାଧ୍ୟମରେ ମିଳିତ ଭାବେ ସୂଚନା ଦେଇଛନ୍ତି। ସମ୍ପର୍କ ଶେଷ ହୋଇଥିଲେ ମଧ୍ୟ ଉଭୟ ଭଲ ବନ୍ଧୁ ଭାବେ ରହିବା ସହ ସନ୍ତାନମାନଙ୍କର ଲାଳନପାଳନ ଦାୟିତ୍ୱ ମିଳିତ ଭାବେ ତୁଲାଇବେ ବୋଲି ସ୍ପଷ୍ଟ କରିଛନ୍ତି। ଏହି ବ୍ୟକ୍ତିଗତ ନିଷ୍ପତ୍ତି ସମୟରେ ସମସ୍ତଙ୍କଠାରୁ ଗୋପନୀୟତା ରକ୍ଷା କରିବାକୁ ସେମାନେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହା ହେଉଛି ପବନ କଲ୍ୟାଣଙ୍କ ତୃତୀୟ ବିବାହ। ସେ ପ୍ରଥମେ ୧୯୯୭ରେ ନନ୍ଦିନୀଙ୍କୁ ବିବାହ କରିଥିବା ବେଳେ ୧୯୯୯ରେ ଅଲଗା ହୋଇଥିଲେ। ପରେ ୨୦୦୯ରେ ଅଭିନେତ୍ରୀ ରେଣୁ ଦେଶାଈଙ୍କୁ ବିବାହ କରିଥିଲେ ଏବଂ ୨୦୧୨ରେ ସେମାନଙ୍କର ବିଚ୍ଛେଦ ହୋଇଥିଲା। ଏହାପରେ ୨୦୧୩ରେ ସେ ରୁଷୀୟ ନାଗରିକ ଅନ୍ନାଙ୍କୁ ବିବାହ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button