ବାଣ ଓ ଦୀପ ନିଆଁରୁ ସିଲିଣ୍ଡର ବିସ୍ଫୋରଣ: ୧୦ ଗୁରୁତର

ପୁରୀ: ସହରର ବଳିଆପଣ୍ଡା ଥାନା ଅନ୍ତର୍ଗତ ମଦନ ଭୀଲ୍ଲା ପଛପଟେ ଥିବା ଏକ ଘରେ ବାଣ ଓ ଦୀପ ନିଆଁ ସଂସ୍ପର୍ଶରେ ଆସି ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଫାଟି ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଘର ନିକଟରେ ଗ୍ୟାସ୍ ସିଲିଣ୍ଡର ରହିଥିବା ସତ୍ତ୍ୱେ ସେଠାରେ ଦୀପ ଜଳାଯିବା ସହ ବାଣ ଫୁଟାଯାଉଥିଲା। ଏହି ସମୟରେ ହଠାତ୍ ନିଆଁ ସଂସ୍ପର୍ଶରେ ଆସି ସିଲିଣ୍ଡରଟି ଭୀଷଣ ଭାବେ ବିସ୍ଫୋରିତ ହୋଇଥିଲା। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ସ୍ଥାନୀୟ ଲୋକ ଓ ପୋଲିସ୍ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା (ଏସ୍‌ସିବି) ସ୍ଥାନାନ୍ତର କରାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button