AAP ବିଧାୟିକା ଅମନଦୀପ କୌରଙ୍କ ବାସଭବନରେ ଇଡି ଚଢ଼ଉ

ପଞ୍ଜାବ: ପଞ୍ଜାବର ମୋଗା ସ୍ଥିତ ଆମ୍ ଆଦମୀ ପାର୍ଟି ବିଧାୟିକା ଡକ୍ଟର ଅମନଦୀପ କୌର ଅରୋରାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିଛି। ବୁଧବାର ସକାଳେ ଇଡିର ଏକ ସ୍ୱେଚ୍ଛାସେବୀ ଟିମ୍ ସିଆରପିଏଫ ଯବାନଙ୍କ ସହ ମୋଗା-ଲୁଧିଆନା ରୋଡରେ ଥିବା ତାଙ୍କ ବାସଭବନ ଓ ଫ୍ଲାଟରେ ତଲାସୀ ଆରମ୍ଭ କରିଛନ୍ତି। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ AAP ପକ୍ଷରୁ ଅମନଦୀପ କୌରଙ୍କୁ ପୁଣିଥରେ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ସୂଚନା ଅନୁସାରେ, ଇଡି ଟିମ୍ ଭୋର ସମୟରେ ବିଧାୟିକାଙ୍କ ଘରେ ପହଞ୍ଚିଥିଲେ। ସେହି ସମୟରେ ଅମନଦୀପ କୌର ଘରେ ଉପସ୍ଥିତ ଥିବାରୁ ଅଧିକାରୀମାନେ ତାଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଚଢ଼ାଉ ଚାଲିଥିବା ଅଞ୍ଚଳରେ ଯାତାୟାତ ଉପରେ କଟକଣା ଲଗାଯାଇଛି। AAPର ପ୍ରଥମ ପ୍ରାର୍ଥୀ ତାଲିକାରେ ଅମନଦୀପ କୌରଙ୍କ ନାମ ପ୍ରକାଶ ପାଇବାର କିଛି ଦିନ ପରେ ଏହି ଚଢ଼ାଉ ହୋଇଛି। ତେବେ ଚଢ଼ାଉର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇ ନଥିଲେ ବି ମନି ଲଣ୍ଡରିଂ ସମ୍ପର୍କିତ କୌଣସି ମାମଲାରେ ଏହି ତଦନ୍ତ ଚାଲିଥିବା ସୂତ୍ରରୁ ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button