କୋଟିଆରେ ତେଜିଲା ସୀମା ବିବାଦ: ଆନ୍ଧ୍ରର ପ୍ରଚାର ଉଦ୍ୟମକୁ ରୋକିଲା ଓଡ଼ିଶା ପ୍ରଶାସନ

ଭୁବନେଶ୍ବର: ପୁଣି ଥରେ ତେଜିଛି କୋଟିଆ ସୀମା ବିବାଦ। ଓଡ଼ିଶା ସୀମା ଭିତରେ ପଶି ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଇବା ଉଦ୍ୟମକୁ ନେଇ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ବ୍ୟାରିକେଡ୍‌ ଭାଙ୍ଗି ଓଡ଼ିଶା ମାଟିରେ ପ୍ରବେଶ କରିବାକୁ ଆନ୍ଧ୍ର ପୁଲିସ ଓ ସମର୍ଥକଙ୍କ ଉଦ୍ୟମକୁ ଓଡ଼ିଶା ପ୍ରଶାସନ ଦୃଢ଼ ଭାବେ ପ୍ରତିହତ କରିଛି। ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଧସ୍ତାଧସ୍ତି, ଠେଲାପେଲା ଓ ମାରପିଟ୍‌ ଘଟିଛି। ଏପରିକି ସୀମା ଛାଡ଼ି ଫେରିବା ସମୟରେ ଆନ୍ଧ୍ର ସମର୍ଥକମାନେ ଓଡ଼ିଶା ପୁଲିସ, ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗିଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ସକାଳେ ନେରେଡ଼ିୱାଲସା ସୀମାରେ ଗୋଟିଏ ଅଟୋ ଏବଂ ଦୁଇଟି ବାଇକ୍‌ରେ ଆନ୍ଧ୍ର ପକ୍ଷରୁ ପ୍ରଚାର କରାଯାଉଥିଲା। ଏହି ସମୟରେ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ପ୍ରଚାର ଗାଡ଼ିକୁ ଅଟକାଇବା ସହ ଓଡ଼ିଶା ସୀମା ଭିତରକୁ ନ ପଶିବାକୁ କଡ଼ା ଚେତାବନୀ ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button