୨୦୨୭ ବିଧାନସଭା ନିର୍ବାଚନ: ଜାନୁଆରୀ ୧୫ ସୁଦ୍ଧା ତାରିଖ ଘୋଷଣା ସମ୍ଭାବନା

ନୂଆଦିଲ୍ଲୀ: ଆସନ୍ତାବର୍ଷ ୨୦୨୭ରେ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ-ଏହି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଆସନ୍ତାବର୍ଷ ଜାନୁଆରୀ ୧୫ ସୁଦ୍ଧା ନିର୍ବାଚନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ଭାଗରେ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ ଏହି ସବୁ ରାଜ୍ୟ ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିବେ। ଏହାପୂର୍ବରୁ ବିଭିନ୍ନ ରାଜ୍ୟରେ ଡିଇସି (DEC) ସ୍ତରୀୟ ପରିଦର୍ଶନ ଏବଂ ପ୍ରସ୍ତୁତି ଜାରି ରହିଛି। ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁରରେ ଡିଇସି ସ୍ତରୀୟ ପରିଦର୍ଶନ ଶେଷ ହୋଇଥିବାବେଳେ ଉତ୍ତରପ୍ରଦେଶରେ ଏହା ଜାରି ଅଛି ଏବଂ ଗୋଆରେ ମଧ୍ୟ ଶୀଘ୍ର ଆରମ୍ଭ ହେବ। ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁଥିବାବେଳେ ଉତ୍ତରପ୍ରଦେଶରେ ସ୍ଥିତିକୁ ଦୃଷ୍ଟିରେ ରଖି ଏକାଧିକ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇପାର ବୋଲି ଆକଳନ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button