ବର୍ଷା ଯୋଗୁଁ ରଦ୍ଦ ହେଲା ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁଥିବା ତୃତୀୟ ଦିନିକିଆ ମ୍ୟାଚ୍ କ୍ରମାଗତ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ରଦ୍ଦ ହୋଇଛି। ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ମାତ୍ର ଟସ୍ ପରେ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ହାମିଲ୍ଟନ୍ରେ ଲାଗି ରହିଥିବା ଲଗାତାର ବର୍ଷା ଓ ଖରାପ ପାଗ କାରଣରୁ ବାରମ୍ବାର ପିଚ୍ ଯାଞ୍ଚ କରାଯାଇଥିଲେ ମଧ୍ୟ ମ୍ୟାଚ୍ ଆରମ୍ଭ କରାଯାଇପାରି ନଥିଲା। ଶେଷରେ ଗୋଟିଏ ବି ବଲ୍ ଖେଳାଯାଇ ନ ପାରିବାରୁ ମ୍ୟାଚ୍କୁ ରଦ୍ଦ କରାଯାଇଥିବା ବେଳେ ଏହା ଦର୍ଶକଙ୍କୁେ ନିରାଶ କରିଛି।



