ଉପରମୁଣ୍ଡରେ ବର୍ଷା: ୨୬ଟି ଗେଟ୍‌ ଦେଇ ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟା ଜଳ

ଭୁବନେଶ୍ବର: ଉପରମୁଣ୍ଡ ଛତିଶଗଡ଼ରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାମ୍‌ କର୍ତ୍ତୃପକ୍ଷ ଜଳ ନିଷ୍କାସନ ପ୍ରକ୍ରିୟାକୁ ଆହୁରି ତୀବ୍ର କରିଛନ୍ତି। ଗତକାଲି ପର୍ଯ୍ୟାୟକ୍ରମେ ୨୦ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଥିବା ବେଳେ ଆଜି ସକାଳେ ପୁଣି ଆଉ ୬ଟି ଗେଟ୍‌ ଖୋଲାଯାଇଛି। ଫଳରେ ବର୍ତ୍ତମାନ ମୋଟ ୨୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଏଥିମଧ୍ୟରୁ ବାମ ସ୍ପିଲ୍‌ୱେରୁ ୧୭ଟି ଏବଂ ଡାହାଣ ସ୍ପିଲ୍‌ୱେରୁ ୯ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button