ଦୁର୍ଘଟଣାଗ୍ରସ୍ତ ହେଲା ନୋରା ଫତେହିଙ୍କ କାର୍

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଜଣେ ମଦ୍ୟପ କାର୍ ଡ୍ରାଇଭର ନୋରାଙ୍କ ଗାଡିକୁ ପିଟିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଅଭିନେତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଦ୍ୟପ ଡ୍ରାଇଭରକୁ ଗିରଫ କରିଛି। ଦୁର୍ଘଟଣା ଘଟିବା ସମୟରେ ନୋରା ସନବର୍ଣ୍ଣ ସଂଗୀତ ମହୋତ୍ସବରେ ଯୋଗ ଦେବାକୁ ଯାଉଥିଲେ। ନୋରା ଫତେହୀ ତାଙ୍କ ଦୁର୍ଘଟଣା ପରେ ଏବେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରି ଅଭିନେତ୍ରୀ ଜଣାଇଛନ୍ତି ଯେ ସେ ସୁସ୍ଥ ଅଛନ୍ତିଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଏହା ସହ ମଦ୍ୟପାନ କରି ଗାଡ଼ି ଚଲାଇବାକୁ ଅନୁରୋଧ କରିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button