ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଡାକରା

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି । ମନଇଛା କାର୍ଯ୍ୟରୁ ଛଟେଇ କରିବା, ଛୁଟି ଦିନ ଅଫିସ ନ ଆସିଲେ ଦରମା କାଟିବା, କର୍ମଚାରୀଙ୍କ ପ୍ରତି ଅଶାଳୀନ ଭାଷା ଓ କଟୁ ଶବ୍ଦରେ ଗାଳିଗୁଲଜ ଦେବା, କର୍ମଚାରୀଙ୍କ ମଧ୍ୟରେ ପକ୍ଷପାତିତା, ଦରମା ସବୁ ମାସରେ ବିଳମ୍ବରେ ଦେବା, ଯେତେ ଲୋକଙ୍କୁ କାର୍ଯ୍ୟରୁ ବାହାର କରାଯାଇଛି ସମସ୍ତଙ୍କୁ ପୁନଃ କାର୍ଯ୍ୟରେ ରଖାଯିବା ଏ ସମସ୍ତ କଥାକୁ ନେଇ ଦାବି ରଖାଯାଇଥିଲା । ବିଗତ ୩ ବର୍ଷଧରି ୭୫ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି, ଏ ପର୍ଯ୍ୟନ୍ତ ମଧ୍ୟ ପ୍ରତି ମାସରେ କର୍ମଚାରୀଙ୍କୁ ବହିଷ୍କାର ଚିଠି ରୀତିମତ ଦିଆଯିବା ସହ ଅପଦସ୍ତ କରାଯାଉଛି ଏବଂ ଲିଖିତ ଆକାରରେ ଭୁଲ ମାଗିବା ପାଇଁ ବାଧ୍ୟ କରାଯାଉଛି । ଏପରି ମାନସିକ ଚାପରେ କର୍ମଚାରୀ ମାନେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ବିନା କାରଣରେ କର୍ମଚାରୀମାନଙ୍କୁ ବାରମ୍ବାର ଚାକିରିରୁ ବାହାର କରିଦେବାର ଧମକ ଦିଆଯାଉଛି । କୁଳପତି ନିଜ ବିଶେଷ ବ୍ୟକ୍ତିଙ୍କର ପରିବାର ଲୋକଙ୍କୁ ବିଶ୍ବବିଦ୍ୟାଳୟରେ ଚାକିରିରେ ନିଯୁକ୍ତି ଦେଉଛନ୍ତି ଯେଉଁମାନଙ୍କ କାର୍ଯ୍ୟ ଦକ୍ଷତା ସମ୍ପୂର୍ଣ୍ଣ ଶୂନ୍ୟ । ଏଥିସହ ନିଜର ବିଦ୍ୟାର୍ଥୀକୁ ବିଶ୍ବବିଦ୍ୟାଳୟରେ ଚାକିରି ଦେବା ସହ ଆହେତୁକ ଅନୁକମ୍ପା ଦେଖାଇ ତାଙ୍କର ଦରମା ବୃଦ୍ଧି କରାଯାଉଛି ଯାହାକି ଅନ୍ୟ କର୍ମଚାରୀମାନଙ୍କ ସହ ପକ୍ଷପାତିତା ହେଉଛି । ପରୀକ୍ଷା ତାରିଖ ଧାର୍ଯ୍ୟ କରାନଯାଇ ଫର୍ମ ପୂରଣର ସୂଚନା ପ୍ରକାଶ କରାଯାଉଛି ଯାହା ଦ୍ବାରା ଦୂରଦୁରାନ୍ତର ବିଦ୍ୟାର୍ଥୀ ଏବଂ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ୧.୧.୨୪ ରିଖ ଦିନ ସ୍ଥାୟୀ କ୍ୟାମ୍ପସରେ ରଖାଯାଇଥିବା ସମ୍ମିଳନୀରେ ସମସ୍ତ କର୍ମଚାରୀଙ୍କୁ ଖୋଲା ଭାବରେ ଧମକ ଦିଆଯାଇଥିଲା ଯେ ସମସ୍ତେ ମିଶି ମଧ୍ୟ ତାଙ୍କର କୌଣସି କ୍ଷତି କରିପାରିବେ ନାହିଁ । ଏଥି ସହିତ କର୍ମଚାରୀମାନଙ୍କୁ ରାତାରାତି ପୁଲିସ ମାଧ୍ୟମରେ ଉଠେଇ ନେବାକୁ ଧମକ ଦିଆଯାଉଛି, ଯାହାଦ୍ଵାରା କର୍ମଚାରୀଙ୍କ ପରିବାର ଭୟରେ ଦିନ କାଟୁଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି ହୋଇଛି।

Related Articles

Leave a Reply

Your email address will not be published.

Back to top button