ନୂଆ ମୋଟର ଯାନ ଆଇନ : ନାବାଳକ ଗାଡ଼ି ଚଳାଇଲେ କଠୋର ଆକ୍ସନ

ଭୁବନେଶ୍ୱରରେ ନାବାଳକ ଗାଡ଼ି ଚାଳନା ଏବଂ ତଜ୍ଜନିତ ସଡ଼କ ଦୁର୍ଘଟଣା ରୋକିବା ପାଇଁ କମିସନରେଟ୍ ପୁଲିସ ଓ ପରିବହନ ବିଭାଗ (RTO) ପକ୍ଷରୁ ଏକ ବିଶେଷ ଚେକିଂ ଅଭିଯାନ ଆରମ୍ଭ କରାଯାଇଛି। ସତ୍ୟନଗର ଛକରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ପ୍ରମୁଖ ରାସ୍ତାରେ ବ୍ୟାପକ ଯାଞ୍ଚ କରାଯାଉଛି। ୧୮ ବର୍ଷରୁ କମ୍ ବୟସର ନାବାଳକମାନେ ଗାଡ଼ି ଚଳାଉଥିବା ଧରାପଡ଼ିଲେ କେବଳ ଚାଲାଣ ନୁହେଁ, ବରଂ ଗାଡ଼ିର ମାଲିକ ଓ ଅଭିଭାବକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କଠୋର ନୂଆ ମୋଟର ଯାନ ଆଇନର ଧାରା ୧୯୯(A) ଅନୁଯାୟୀ, ନାବାଳକ ଗାଡ଼ି ଚଳାଇ ଧରାପଡ଼ିଲେ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କୁ ୨୫,୦୦୦ ଟଙ୍କା ଜରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡର ପ୍ରାବଧାନ ରହିଛି। ଏହା ସହିତ ସମ୍ପୃକ୍ତ ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (RC) ୧୨ ମାସ ପାଇଁ ରଦ୍ଦ କରାଯିବା ସହ ଗାଡ଼ି ଚଳାଉଥିବା ନାବାଳକଙ୍କୁ ୨୫ ବର୍ଷ ବୟସ ନ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଯୋଗ୍ୟ ଘୋଷଣା କରାଯିବ। ଅପରାଧୀ ନାବାଳକଙ୍କ ବିରୋଧରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଅନୁସାରେ ଆଇନଗତ ମାମଲା ମଧ୍ୟ ରୁଜୁ ହୋଇପାରିବ। ସଡ଼କ ସୁରକ୍ଷାକୁ ପ୍ରାଥମିକତା ଦେଇ ପୁଲିସ ଓ RTO ପକ୍ଷରୁ ଅଭିଭାବକମାନଙ୍କୁ ନିଜ ନାବାଳକ ସନ୍ତାନଙ୍କୁ ଗାଡ଼ି ନ ଦେବା ପାଇଁ କଡ଼ା ନିର୍ଦ୍ଦେଶ ଓ ଚେତାବନୀ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button