ଟ୍ରକକୁ ପଛପଟୁ ପିଟିଲା ମେଣ୍ଢା ବୋଝେଇ ପିକ୍‌ଅପ୍, ୨ ମୃତ

ଭୁବନେଶ୍ବର: ବଲାଙ୍ଗୀର-ସମ୍ବଲପୁର ରାଜପଥର ଛୁଇଁବନ୍ଧ ନିକଟରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ମେଣ୍ଢା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ପ୍ରାଣହାନି ଘଟିଛି। ମିଳିଥିବା ସୂଚନା ଅନୁସାରେ, ମେଣ୍ଢା ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ଟି ନିୟନ୍ତ୍ରଣ ହରାଇ ଛିଡ଼ା ହୋଇଥିବା ଟ୍ରକ୍‌କୁ ସମ୍ମୁଖରୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଭ୍ୟାନ୍‌ରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇ ତୁରନ୍ତ ଆଖି ବୁଜିଥିଲେ। ଖବର ପାଇ ସ୍ଥାନୀୟ ଲୋକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଜବତ କରିଛନ୍ତି। ଦୁର୍ଘଟଣାର ସଠିକ୍ କାରଣ, ଚାଳକଙ୍କ ସ୍ଥିତି ଏବଂ ଟ୍ରକଟି ସେଠାରେ ଛିଡ଼ା ହେବାର ପରିସ୍ଥିତି ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button