ଟ୍ରେନ ଦୁର୍ଘଟଣାର କୁଢକୁଢ ଶବ ରଖାଯାଇଥିବା ବାହାନଗା ସ୍କୁଲ ଘର ଭଙ୍ଗାଗଲା

ଭୁବନେଶ୍ପର: ବାଲେଶ୍ବର ବାହାନଗା ସ୍କୁଲ ଘର ଶେଷରେ ଭଙ୍ଗା ଗଲା। କାରଣ ହେଲା ସେଠାରେ ଟ୍ରେନ ଦୁର୍ଘଟଣାରେ କୁଢକୁଢ ଶବ ରଖାଯାଇଥିଲା। ସେଗୁଡିକ ସ୍ଥାନାନ୍ତରିତ କରିବା ପରେ ଆରମ୍ଭ ହେଲା ବିବାଦ। ଛାତ୍ରଛାତ୍ରୀମାନେ ସେହି ସ୍କୁଲକୁ ଯିବା ପାଇଁ ଭୟ କଲେ। ଫଳରେ ଜିଲ୍ଲା ପ୍ରଶାସନ ଆଜି ସକାଳୁ ଏହି ସ୍କୁଲ ଘର ଭାଙ୍ଗିବା ଆରମ୍ଭ କରିଛନ୍ତି। ଯେତେବେଳେ ଦୁର୍ଘଟଣା ଘଟିଥିଲା ସେହି ରାତିରେ କେତେକ ଶବକୁ ଆଣି ସେହି ସ୍କୁଲ ଘରେ ପ୍ରଥମେ ରଖାଯାଇଥିଲା। ପରେ ଏହି ସଂଖ୍ୟା ବଢିବା ପରେ ସ୍କୁଲ ଘର ପୁରା ଶବରେ ଭର୍ତ୍ତି ହୋଇଯାଇଥିଲା। ଶବ ସ୍ଥାନାନ୍ତରିତ ପରେ ଏହାକୁ ସାନିଟାଇଜ କରି ସଫା କରାଯାଇଥିଲା। ଏପରିକି ନୂଆ ରଂଗ କରି ପୂଜାପାଠ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଥିଲା। ହେଲେ ପରବର୍ତ୍ତି ସମୟରେ ସ୍କୁଲ କମିଟର ବିଶେଷ ଅନୁରୋଧ ପରେ ଜିଲ୍ଲାପ୍ରଶାସନ ସ୍କୁଲକୁ ସଂପୂର୍ଣ୍ଣ ଭାଙ୍ଗି ନୂଆ ତୋଳିବା ପାଇଁ ନିଷ୍ପତି ଗ୍ରହଣ କରିଛି। ଫଳରେ ଆଜି ସକାଳୁ ଏହି ସ୍କୁଲ ଘର ଭଙ୍ଗା ଆରମ୍ଭ ହୋଇଛି।

Related Articles

Leave a Reply

Your email address will not be published.

Back to top button