ଗୁଣକାରୀ ମନ୍ଦାର ଫୁଲ

ପ୍ରକୃତି ପାଖରେ ରହିଛି ଏପରି ଏନେକ ଜିନିଷ ଯାହା ମାନବ ଶରୀର ପାଇଁ ବହୁତ ଗୁଣକାରୀ ପ୍ରଣାଣିତ ହୋଇଛି । ଢ଼େର୍‌ସାରା ଜଡ଼ିବୁଟିରୁ ଆରମ୍ଭ କରି ଅନେକ ପ୍ରକାରର ଫଳ ଓ ଫୁଲ ପର୍ଯ୍ୟନ୍ତ ଆମକୁ ଅନେକ ଦୂରାରୋଗ୍ୟ ରୋଗରୁ ବଞ୍ଚାଇଛନ୍ତି । ମନ୍ଦାର ଫୁଲ ଯାହାକୁ ଜବାକୁସୁମ ବୋଲି କୁହାଯାଏ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ମନ୍ଦାର ଫୁଲରେ ଏପରି ଔଷଧୀୟ ଗୁଣ ରହିଛି ଯାହା ଜ୍ୱରରୁ ଆରମ୍ଭ କରି ରକ୍ତଚାପ ପର୍ଯ୍ୟନ୍ତ ରୋଗକୁ ନିୟନ୍ତ୍ରଣ କରିପାରିବ । କିଡ୍‌ନୀର ସ୍ୱାସ୍ଥ୍ୟ ପାଇଁ ମନ୍ଦାର ଫୁଲ ଲାଭକାରୀ ସାବ୍ୟସ୍ତ ହୋଇଛି । ଏହାର ଅନ୍ୟ ଲାଭଗୁଡ଼ିକ ହେଲା-
-ମନ୍ଦାର ଫୁଲ ଏନିମିଆର ସମସ୍ୟାକୁ ଦୂର କରେ । କାରଣ ଏଥିରେ ଭରପୂର ମାତ୍ରାରେ ଆଇରନ୍ ଥାଏ ଯାହା ଶରୀରରେ ରକ୍ତର ଅଭାବକୁ ପୂରା କରିଥାଏ । ଏନିମିଆର ଶିକାର ହୋଇଥିବା ଲୋକ ମନ୍ଦାର ଫୁଲକୁ ପେଷି ଏହାର ରସ ବାହାର କରି ନିୟମିତ ଭାବରେ ସେବନ କରିବା ଉଚିତ ।

-ମନ୍ଦାର ଫୁଲରେ ଆଣ୍ଟିଂ ଏଜିଂ ତତ୍ତ୍ୱ ଥିବାରୁ ବୟସ ବୃଦ୍ଧି ସହିତ ଏହା ଲକ୍ଷଣଗୁଡ଼ିକୁ କମ୍ କରେ । ଏହି ଫୁଲର ଉପଯୋଗରେ ଫ୍ରି-ରେଡିକ୍ଲସ୍‌ର ସମସ୍ୟାରୁ ମୁକ୍ତି ମିଳେ ଓ ସ୍କିନ୍‌୍ ଅଧିକ ସମୟ ପର୍ଯ୍ୟନ୍ତ ୟଙ୍ଗ୍ ରହେ ।
-ମନ୍ଦାର ଫୁଲର ସେବନ କଲେ ଭୋକ କମ୍ ଲାଗେ । ମନ୍ଦାର ଗଛର ପତ୍ରକୁ ପାଣିରେ ଫୁଟାଇ ଏହାକୁ ଚା’ ଭାବରେ ସେବନ କରିପାରିବେ । ଏଥିରୁ ଶକ୍ତି ମିଳେ ଓ ଭୋକ ହୁଏ ନାହିଁ । ଏଥିପାଇଁ ଫ୍ୟାଟ୍ କମ୍ ହୁଏ ଓ ଓଜନ ହ୍ରାସ ପାଏ । ପାଚନ ପ୍ରକ୍ରିୟାକୁ ସକ୍ରିୟ ରଖିବା ପାଇଁ ମନ୍ଦାର ଫୁଲର ବ୍ୟବହାର କରିପାରିବେ ।
-ଉଚ୍ଚ ରକ୍ତଚାପ ଏଥିରେ ନିୟନ୍ତ୍ରଣ ମଧ୍ୟରେ ରହେ । ଏହି ରୋଗୀମାନେ ମନ୍ଦାର ପତ୍ରରେ ତିଆରି ଚା’ର ସେବନ କରିବା ଉଚିତ ।
-କିଡ୍‌ନୀ କିମ୍ବା ପିତ୍ତସ୍ଥଳୀର ଷ୍ଟୋନ୍ ବାହାର କରିବା ପାଇଁ ମନ୍ଦାର ଫୁଲ ଲାଭପ୍ରଦ ହୋଇଥାଏ । ଏହାର ସେବନ କରିବା ଦ୍ୱାରା ଷ୍ଟୋନ୍ ଖଣ୍ଡ ଖଣ୍ଡ ହୋଇ ବାହାରିଆସେ ।

Related Articles

Leave a Reply

Your email address will not be published.

Back to top button