ଓଟିଡିସି ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସଠାରେ ପଖାଳ ଦିବସ ପାଳନ

ଭୁବନେଶ୍ବର: ପଖାଳ ଦିବସ ଅବସରରେ ଓଟିଡିସି ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସଠାରେ ପଖାଳ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପଖାଳର ଉପାଦେୟତା ଓ ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ବାସି ପଖାଳ ଓ ତୋରାଣି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ ବୋଲି ସେ କହିଛନ୍ତି। ପଖାଳ କେବଳ ଗାଁରେ ଥିବା ଝୁମ୍ପୁଡି ଘରର ହାଣ୍ଡିଶାଳରେ ଆଜି ସୀମିତ ହୋଇନାହିଁ। ଧନୀ ଗରିବ ନିର୍ବିଶେଷରେ ଏହା ସବୁ ଓଡିଆଙ୍କ ପ୍ରିୟ ଖାଦ୍ୟ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button