ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ବିରୋଧରେ ୩ କୋଟିର ମାନହାନି ମାମଲା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ଆଇନଗତ ଅଡ଼ୁଆ ବଢ଼ିଛି। ଏକ ଚାର୍ଟାର୍ଡ ବିମାନକୁ ନେଇ ସୋସିଆଲ ମିଡିଆରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା ରୁଜୁ ହୋଇଛି। ପ୍ରସିଦ୍ଧ ବିମାନ ଚଳାଚଳ କମ୍ପାନୀ ‘ଡ୍ୟୁନ୍ସ ଏଭିଏସନ୍’ ପକ୍ଷରୁ ଗୁଜରାଟର ଗାନ୍ଧୀନଗର କୋର୍ଟରେ ଏହି ଆବେଦନ କରାଯାଇଛି। ଗତ ବର୍ଷ ଡିସେମ୍ବରରେ ନୋରା ମୁମ୍ବାଇରୁ ଜୟପୁର ଗସ୍ତ କରିବା ସମୟରେ ‘ସେସ୍‌ନା ସାଇଟେସନ୍ CJ2’ ନାମକ ଚାର୍ଟାର୍ଡ ବିମାନରେ କିଛି ଭିଡିଓ ରେକର୍ଡ କରିଥିଲେ। ପରେ ନିଜର ୪ କୋଟି ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର ଥିବା ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହାକୁ ପୋଷ୍ଟ କରି ବିମାନଟିକୁ ‘ଖେଳନା ବିମାନ’ (ଟୟ ପ୍ଲେନ୍), ‘ଲେଗୋ ବିମାନ’ ବୋଲି ଆକ୍ଷେପ କରିଥିଲେ। କମ୍ପାନୀ ଅଭିଯୋଗ କରିଛି ଯେ, ନୋରାଙ୍କ ଏହି ମନ୍ତବ୍ୟ ଯୋଗୁଁ ସେମାନଙ୍କ ବ୍ୟବସାୟିକ ସୁନାମ କ୍ଷୁଣ୍ଣ ହୋଇଛି ଏବଂ ଗ୍ରାହକ ବୁକିଂ ୧୫ରୁ ୨୦ ପ୍ରତିଶତ ହ୍ରାସ ପାଇଛି। ତେବେ ସମ୍ପୃକ୍ତ ବିମାନଟି ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଡିଜିସିଏ ଦ୍ୱାରା ଅନୁମୋଦିତ ବୋଲି କମ୍ପାନୀ ସ୍ପଷ୍ଟ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button