ଛାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଆସନ୍ତା ୧୮ରେ ମୟୂରଭଞ୍ଜ ଜିଲ୍ଲା ୧୨ ଘଣ୍ଟିଆ ହରତାଳ ଡାକରା ଦେଲା ବିଜେଡି

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଏକ ସରକାରୀ ଛାତ୍ରାବାସରେ ବିଷାକ୍ତ ଖାଦ୍ୟ ଖାଇ ୧୨ ବର୍ଷୀୟା ଆଦିବାସୀ ଛାତ୍ରୀ ରୁପାଲି ବେସ୍ରାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜନୈତିକ ପାରଦ ଉଷ୍ମ ହୋଇଛି। ଏହି ଅଭାବନୀୟ ଘଟଣା ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ଏପ୍ରିଲ ୧୮ ତାରିଖରେ ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ହରତାଳ ଡାକରା ଦିଆଯାଇଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ପ୍ରତିନିଧି ଦଳ ରାସଗୋବିନ୍ଦପୁର ବ୍ଲକର ନୁଞ୍ଚାଟି ଗ୍ରାମକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୨ ତାରିଖରେ ଛାତ୍ରାବାସରେ ବାସି ଖାଦ୍ୟ ଖାଇ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ରୁପାଲିଙ୍କର ଗତ ୧୪ ତାରିଖରେ ବାରିପଦା ପିଆରଏମ୍ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ କର୍ତ୍ତୃପକ୍ଷଙ୍କ ଗୁରୁତର ଅବହେଳା ଓ ଅମାନବିକତା ଦର୍ଶାଇ ବିଜେଡି ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button