ଝାଡ଼ଖଣ୍ଡ: ବିଧାନସଭା ଘେରାଉ ଉଦ୍ୟମ, ୧୨ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀ ଛାତ୍ର କ୍ୟାମ୍ପ ଜେଲରେ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ପ୍ରତିବାଦରେ ଶତାଧିକ ଛାତ୍ର ଓ ଚାକିରି ଆଶାୟୀ ସୋମବାର ସକାଳେ ବିଧାନସଭା ଅଭିମୁଖେ ଶୋଭାଯାତ୍ରା କରିଛନ୍ତି। ପୋଲିସ ବହୁ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲେ ବି, କେତେକ ଛାତ୍ର ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ନିକଟତର ହେବାରେ ସଫଳ ହୋଇଥିଲେ। ଏହି ଘଟଣାରେ ୧୨ରୁ ଊର୍ଦ୍ଧ୍ୱ ଛାତ୍ରଙ୍କୁ ପୋଲିସ ହେପାଜତକୁ ନେଇ କ୍ୟାମ୍ପ ଜେଲରେ ରଖାଯାଇଛି। ନଅ ଦିନ ଧରି ଅନଶନରେ ବସିଥିବା ଜେଏଲକେଏମ ନେତା ଦେବେନ୍ଦ୍ର ନାଥ ମାହାତୋ ୧୦.୫ କିଲୋଗ୍ରାମ ଓଜନ ହରାଇବା ସତ୍ତ୍ୱେ ଏକ ଆମ୍ବୁଲାନ୍ସରେ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button