ଜୁଲାଇ ୧ରୁ ଦେଶରେ ଲାଗୁ ହେବ ‘ଭିବି-ଜି ରାମ ଜି’ ଆଇନ

ନୂଆଦିଲ୍ଲୀ: ଭାରତର ଗ୍ରାମୀଣ ଅର୍ଥନୀତି ଓ ବିକାଶ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। କେନ୍ଦ୍ର ସରକାର ମେ’ ୧୧ ତାରିଖରେ “ବିକଶିତ ଭାରତ (ଗ୍ରାମୀଣ) – ରୋଜଗାର ଏବଂ ଆଜିବୀକା ମିଶନ ପାଇଁ ଗ୍ୟାରେଣ୍ଟି (ଭିବି-ଜି ରାମ ଜି) ଆଇନ, ୨୦୨୫” କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନୂତନ ଆଇନ ୨୦୨୬ ଜୁଲାଇ ୧ ତାରିଖରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। ଏହି ନୂଆ ଆଇନ ଲାଗୁ ହେବା ସହିତ ପୂର୍ବରୁ ଚାଲିଆସୁଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA), ୨୦୦୫ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିନିଆଯିବ। ‘ବିକଶିତ ଭାରତ @୨୦୪୭’ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଗ୍ରାମୀଣ ଭାରତରେ ଉତ୍ପାଦନ ଭିତ୍ତିକ ପରିବର୍ତ୍ତନ ଆଣିବା ପାଇଁ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି।



