ଜାମସେଦପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ପଛକୁ ପିଟିଲା କାର୍‌, ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ଝିଅଙ୍କ ସମେତ ୪ ମୃତ

ନୂଆଦିଲ୍ଲୀ: ଜାମସେଦପୁରର ସୋନାରୀ ଥାନା ଅନ୍ତର୍ଗତ ମାରାଇନ୍ ଡ୍ରାଇଭ୍‌ସ୍ଥିତ ଦୋମୁହାନୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ଭୋର ପ୍ରାୟ ୩ଟା ସମୟରେ ଏକ ଦ୍ରୁତଗାମୀ ସ୍ୱିଫ୍ଟ କାର୍‌ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ ପିଟିହେବା ଫଳରେ ୪ ଜଣଙ୍କର ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ସାନ ଝିଅ ତ୍ରିଶା ସିଂହ ରହିଥିବା ବେଳେ ଅନ୍ୟ ୩ ମୃତକ ହେଲେ ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା ଏବଂ ବଂଶିକା ଖଣ୍ଡେଲୱାଲ। ପୋଲିସର ସୂଚନାନୁସାରେ, ଏହି ୪ ଜଣ ସାଥୀ ଏକ ଧଳା ରଙ୍ଗର କାର୍‌ରେ ଯାତ୍ରା କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଠିଆ ହୋଇଥିବା ଟ୍ରକ୍‌କୁ ସୀଧାସଳଖ ଧକ୍କା ଦେଇଥିଲେ। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍‌ର ଉପରି ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଟ୍ରକ୍‌ ତଳେ ପଶିଯାଇଥିଲା, ଯାହାଫଳରେ ୪ ଜଣଯାକ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button