ଶେଷ ହେଲା ମହାପ୍ରଭୁଙ୍କ ୯ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାରର ଗଣତି-ମଣତି

ଭୁବନେଶ୍ବର: ଶ୍ରୀଜିଉମାନଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦୁର୍ଲଭ ରତ୍ନ ଅଳଙ୍କାରର ଗଣତି-ମଣତି ଓ ମେଳକ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ କଢ଼ାଯିବା ପରେ ଆଜି ଏହି ଗଣତି କରାଯାଇଥିଲା। ରବିବାର ପୂର୍ବାହ୍ନ ୧୧ଟା ୩୧ ମିନିଟ୍‌ରୁ ଶ୍ରୀମନ୍ଦିରର ଖଟଶେଜ ଘରେ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୧ଟା ୫୮ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ପ୍ରାୟ ୨ ଘଣ୍ଟା ୨୭ ମିନିଟ୍‌ର ଏହି ପ୍ରକ୍ରିୟା ମଧ୍ୟରେ ମହାପ୍ରଭୁଙ୍କ ସୁନା ଚିତା, ରାହୁ ରେଖା ଓ ରୂପା ରସିକ ଶୁଆ ଥଣ୍ଟିଆ ଭଳି ୯ଟି ଯାକ ଦୁର୍ଲଭ ଅଳଙ୍କାରର ଗଣତି, ଓଜନ, ଭିଡିଓଗ୍ରାଫି ଏବଂ ଥ୍ରୀଡି ମ୍ୟାପିଙ୍ଗ୍ କାର୍ଯ୍ୟ ସମ୍ପନ୍ନ ହୋଇଛି। ତେବେ ଝୋବା କଣ୍ଠୀ ଏବେ ମଧ୍ୟ ଶ୍ରୀଅଙ୍ଗରେ ଲାଗି ରହିଥିବାରୁ ଏହାର ଗଣତି ହୋଇପାରିନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button