ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ: ୮ ମୃତ, ୧୨ ଆହତ

ନୂଆଦିଲ୍ଲୀ: ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନ୍ତତଃ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଅନେକ ଘରଦ୍ୱାର ଭାସିଯାଇଛି ଏବଂ ମୁଖ୍ୟ ରାସ୍ତାଗୁଡ଼ିକ ଅବରୋଧ ହୋଇପଡ଼ିଛି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଅନେକ ଲୋକ ଏବେ ମଧ୍ୟ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ମୃତଦେହ ଉଦ୍ଧାର ଓ ନିଖୋଜ ଲୋକଙ୍କୁ ଖୋଜାଖୋଜି କରିବା କାର୍ଯ୍ୟ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button