ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ଭୁବନେଶ୍ବର: ଆସନ୍ତା ଜୁଲାଇ ୧୬ରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇ ଆସି ଭକ୍ତଙ୍କ ଗହଣରେ ରଥାରୂଢ଼ ହେବେ ଚତୁର୍ଦ୍ଧା ବିଗ୍ରହ। ଏଥିପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି ରଥ ଦଉଡ଼ି। ଓଡ଼ିଶା କତା ନିଗମ ପକ୍ଷରୁ ଦୁଇଟି ଗାଡ଼ିରେ ତିନି ରଥ ପାଇଁ ମୋଟ ୨୮ଟି ଦଉଡ଼ି ଅଣାଯାଇଛି। ଚଳିତ ଘୋଷଯାତ୍ରା ପାଇଁ ଏଥର ଦୁଇଟି ସେଟ୍‌ ରଥ ଦଉଡ଼ି ଆସିଛି। ୮ ଇଞ୍ଚ ଗୋଲେଇ ବିଶିଷ୍ଟ ଏହି ପ୍ରତ୍ୟେକ ଦଉଡ଼ିର ଲମ୍ବ ୨୦ ଫୁଟ (ପ୍ରାୟ ୬୭ ମିଟର)। ନିୟମ ଅନୁଯାୟୀ, ପ୍ରତ୍ୟେକ ରଥ ଟାଣିବା ପାଇଁ ୪ଟି ଲେଖାଏଁ ଦଉଡ଼ି ବ୍ୟବହାର କରାଯାଉଥିବା ବେଳେ ଜରୁରୀକାଳୀନ ସ୍ଥିତି ପାଇଁ ପ୍ରଶାସନ ପକ୍ଷରୁ ପ୍ରତି ରଥ ପାଇଁ ଅତିରିକ୍ତ ଦୁଇଟି ଲେଖାଏଁ ଦଉଡ଼ି ମହଜୁଦ ରଖାଯାଇଛି। ଅନ୍ୟପଟେ, ତିନି ରଥର ‘ପ୍ରଭା’ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ରୂପକାର ସେବକମାନେ ଏବେ ରଥରେ ସୁନ୍ଦର ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button