ପାଇଖାନା ଟାଙ୍କିରେ ହଠାତ ପଡିଯାଇଥିଲା ବୁଲା ଷଣ୍ଢ ଆଉ ତାପରେ …

କେତେବେଳେ ସାଜନ୍ତି ବିପଦର ବନ୍ଧୁ ତ ଆଉ କେତେବେଳେ ଉଭା ହୁଅନ୍ତି ଦେବଦୂତ ରୂପରେ । ଘର ପୋଡୁ ଅବା କୋଉଠି କିଛି ବି ଅଘଟଣ ଘଟିଲେ ପ୍ରଥମେ ଖୋଜାପଡେ ଅଗ୍ନିଶମ ବିଭାଗକୁ । ଆଉ ସେମାନେ ଅନାୟାସରେ ତୁରନ୍ତ ପହଂଚି ସେବା ଯୋଗାଇ ଦିଅନ୍ତି । ଆଜି ମଧ୍ୟ ସେଭଳି କିଛି ଘଟଣା ପରେ ଲୋକେ ପ୍ରଶଂସାରେ ପୋତି ପକାଉଛନ୍ତି ଅଗ୍ନିଶମ ବିଭାଗକୁ ।

କେନ୍ଦ୍ରାପଡା / ରାଜକନିକା : କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ବରାଡିଆ ଗ୍ରାମରେ ରଞ୍ଜିତ କୁମାର ମଢୁଆଳ ଓ କେଦାର ମଢୁଆଳ ଙ୍କର ବାଡି ପଛପାଖ ପାଇଖାନା ଟାଙ୍କି ରେ ଅପରାହ୍ନ ୨ ଟା ସମୟରେ ଗୋଟିଏ କଳା ରଂଗ ର ବୁଲା ଷଣ୍ଢ ସେଥିରେ ଖସି ପଡିଥିଲା | ବାଡି ପଛପଟକୁ ଜଣେ ପରିସ୍ରା କରିବା ପାଇଁ ଯାଇ ଦେଖିଥିଲେ ଯେ, କଳା ରଂଗ ର ବୁଲା ଷଣ୍ଢ ପାଇଖାନା ଟାଙ୍କିରେ ପଡିଯାଇଥିବା ଦେଖି ତତକ୍ଷଣାତ ରାଜକନିକା ଅଗ୍ନିଶମ ବିଭାଗ କୁ ଟେଲିଫୋନ୍ କରିଥିଲେ | ଟେଲିଫୋନ୍ ପାଇ ରାଜକନିକା ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଉଧାର କାର୍ଯ୍ୟ ଜାରି ରଖିଥିଲେ | ଶେଷରେ ଷଣ୍ଢଟିକୁ ପାଇଖାନା ଟାଙ୍କିରୁ ଉଧାର କରିଛନ୍ତି ରାଜକନିକା ଅଗ୍ନିଶମ ବିଭାଗ | ବରାଡିଆ ଅଂଚଳର ଲୋକେ ଅଗ୍ନିଶମ ବିଭାଗର ଏଭଳି ମହତ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି |

Related Articles

Leave a Reply

Your email address will not be published.

Back to top button