ଶିମିଳିପାଳରେ ନୂଆ ଅତିଥି: ମହାରାଷ୍ଟ୍ରରୁ ଆସିଲା ମହାବଳ

ଭୁବନେଶ୍ବର: ମୟୂରଭଞ୍ଜର ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ଏକ ନୂଆ ମହାବଳ ବାଘର ପାଦଚିହ୍ନ ପଡ଼ିଛି। ଶିମିଳିପାଳ ପ୍ରୋଟେକ୍ସନ ଫୋର୍ସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଘଞ୍ଚ ଜଙ୍ଗଲ ଭିତରେ ଏହି ଅଣ୍ଡିରା ମହାବଳକୁ ଦେଖିବାକୁ ମିଳିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ବାଘଟି ସ୍ଥାନୀୟ ନୁହେଁ, ବରଂ ପ୍ରାୟ ୧୫୦୦ କିଲୋମିଟର ଦୂର ମହାରାଷ୍ଟ୍ରର ତଡବା ବ୍ୟାଘ୍ର ପ୍ରକଳ୍ପରୁ ଚାଲି ଚାଲି ଏଠାକୁ ଆସିଥିବା ଅନୁମାନ କରାଯାଉଛି। ବନ୍ୟଜନ୍ତୁ ଗବେଷକଙ୍କ କହିବା ଅନୁଯାୟୀ, ପ୍ରଥମ ଥର ପାଇଁ ବାହାର ରାଜ୍ୟରୁ କୌଣସି ବାଘ ଶିମିଳିପାଳକୁ ନିଜର ଆସ୍ଥାନ କରିବା ପାଇଁ ଆସିଛି। ଏହି ଖବରକୁ ନେଇ ପିସିସିଏଫ (PCCF) ପ୍ରେମ କୁମାର ଓଝା କହିଛନ୍ତି ଯେ, ଘଟଣାଟି ସତ୍ୟ ଏବଂ ଏନେଇ ଅଧିକ ଅନୁଧ୍ୟାନ ଜାରି ରହିଛି। ବାଘଟି କେଉଁ ପରିସ୍ଥିତିରେ ଏବଂ କେଉଁ ପଥ ଦେଇ ଏତେ ବାଟ ଅତିକ୍ରମ କଲା, ତାହା ଏବେ କୌତୂହଳର ବିଷୟ ପାଲଟିଛି।

Related Articles

Leave a Reply

Your email address will not be published. Required fields are marked *

Back to top button