ତାମିଲନାଡୁ ରାଜନୀତିରେ ‘ଥାଲାପତି’ ସୁନାମୀ: ପ୍ରଥମ ନିର୍ବାଚନରେ TVKର ବ୍ଲକବାଷ୍ଟର୍ ଏଣ୍ଟ୍ରି

ନୂଆଦିଲ୍ଲୀ: ତାମିଲନାଡୁ ରାଜନୀତିରେ ବଡ଼ ଓଲଟଫେର। ରୂପେଲି ପରଦାର ସୁପରଷ୍ଟାରରୁ ରାଜନେତା ପାଲଟିଥିବା ବିଜୟ ଥାଲାପତିଙ୍କ ‘ମ୍ୟାଜିକ୍’ ଏବେ ନିର୍ବାଚନୀ ମଇଦାନରେ ଦେଖିବାକୁ ମିଳିଛି। ତାମିଲନାଡୁ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ପ୍ରାଥମିକ ଟ୍ରେଣ୍ଡରେ ବିଜୟଙ୍କ ଦଳ TVK (ତାମିଲଗା ଭେଟ୍ରି କାଝଗମ୍‌) ସମସ୍ତଙ୍କୁ ପଛରେ ପକାଇ ବହୁ ଆଗରେ ରହିଛି। TVK: ୧୦୪ ଆସନ, AIADMK: ୬୮ ଆସନ ଏବଂ DMK: ୬୨ ଆସନରେ ଆଗୁଆ ରହିଛି। ଚଳିତ ନିର୍ବାଚନରେ ବିଜୟଙ୍କ ଦଳ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିଲେ ମଧ୍ୟ ସବୁ ଆକଳନ ଏବଂ ବୁଥ୍ ବାହୁଡ଼ା ମତ (Exit Poll) କୁ ଭୁଲ୍ ପ୍ରମାଣିତ କରିଛି। ଅନେକ ସଂସ୍ଥା TVK ମାତ୍ର ୨୦ଟି ଆସନ ପାଇବ ବୋଲି ପୂର୍ବାନୁମାନ କରିଥିଲେ, କିନ୍ତୁ ବର୍ତ୍ତମାନର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button