ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀ ଗିରଫ

ଭୁବନେଶ୍ବର: ବହୁ ବାଦବିବାଦ ଓ ସମାଲୋଚନା ପରେ ଶେଷରେ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗିରଫ ହୋଇଛନ୍ତି ଏସସିଇଆରଟି ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀ। ଆଜି କ୍ରାଇମବ୍ରାଞ୍ଚର ଏକ ସ୍ୱେଶାଲ ଟିମ୍ ତାଙ୍କୁ ବାସଭବନରୁ ଅଟକ ରଖିବା ପରେ ଦୀର୍ଘ ସମୟ ଧରି ଜେରା କରିଥିଲା। ଜେରା ବେଳେ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଶେଷରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। କଟକ ଜେଏମଏଫସି କୋର୍ଟରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଗକୁ ଅଧିକ ତଥ୍ୟ ଆଦାୟ ପାଇଁ କ୍ରାଇମବ୍ରାଞ୍ଚ ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। ମନୋଜ ପାଢୀଙ୍କ ଗିରଫଦାରୀ ପରେ ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ଅଧିକାରୀମାନଙ୍କ ପିଲେହି ପାଣି ହୋଇଗଲାଣି। ଉଲ୍ଲେଖଯୋଗ୍ୟ ଯେ, ପାଠ୍ୟପୁସ୍ତକରେ ସାଙ୍ଘାତିକ ତ୍ରୁଟି ଅଭିଯୋଗରେ ପୂର୍ବରୁ ମନୋଜଙ୍କ ସହ ଅନ୍ୟ ତିନିଜଣ ସହକାରୀ ନିର୍ଦ୍ଦେଶକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ସେହି ତିନି ସହକାରୀ ନିର୍ଦ୍ଦେଶକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଖୁବ୍‌ଶୀଘ୍ର ଜେରା କରିବ ବୋଲି ଜଣାପଡ଼ିଛି, ଯାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଛି।

Related Articles

Leave a Reply

Your email address will not be published. Required fields are marked *

Back to top button