ରୋଚକ ମୋଡ଼ରେ ତାମିଲନାଡୁ ରାଜନୀତି: ବିଜୟଙ୍କ ‘ଟିଭିକେ’କୁ ସଂଖ୍ୟା ଗରିଷ୍ଠତା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ସରକାର ଗଠନକୁ ନେଇ ସସପେନ୍ସ ଜାରି ରହିଛି। ଅଭିନେତାରୁ ନେତା ହୋଇଥିବା ବିଜୟଙ୍କ ଦଳ ‘ତାମିଲନାଡୁ ଭେଟ୍ରି କାଝାଗମ’ (TVK) ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସଂଖ୍ୟାଗରିଷ୍ଠତା ପାଇଁ ସଂଘର୍ଷ କରୁଛି। ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରାଯାଇଥିବା ବେଳେ ଏବେ ସମସ୍ତଙ୍କ ନଜର ସଂଖ୍ୟା ଗଣିତ ଉପରେ। ଯଦି ଡିଏମକେ (DMK) କିମ୍ବା ଏଆଇଏଡିଏମକେ (AIADMK) ମେଣ୍ଟ କରି ସରକାର ଗଠନ ପାଇଁ ଚେଷ୍ଟା କରନ୍ତି, ତେବେ ଟିଭିକେର ସମସ୍ତ ୧୦୮ ବିଧାୟକ ସାମୂହିକ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି। ଏହାଦ୍ୱାରା ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବା ଆଶଙ୍କା ରହିଛି। ଘୋଡ଼ା ବେପାର ଆଶଙ୍କା କରି ଏଆଇଏଡିଏମକେ କିଛି ବିଧାୟକଙ୍କୁ ପୁଡୁଚେରିର ଏକ ରିସୋର୍ଟକୁ ପଠାଇ ଦେଇଛି। ଏହା ଫଳରେ ‘ରିସୋର୍ଟ ପଲିଟିକ୍ସ’ ପୁଣି ଥରେ ତାମିଲନାଡୁ ରାଜନୀତିରେ ଫେରିଛି। ବିଜୟଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଡିଏମକେ ରଣନୀତି ପ୍ରସ୍ତୁତ କରୁଛି। ଦଳ ପକ୍ଷରୁ ଏମ୍.କେ. ଷ୍ଟାଲିନଙ୍କୁ ଯେକୌଣସି ଜରୁରୀକାଳୀନ ରାଜନୈତିକ ନିଷ୍ପତ୍ତି ନେବା ପାଇଁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button