ନିଟ୍‌-ୟୁଜି ପୁନଃ ପରୀକ୍ଷା ପାଇଁ କଡ଼ା କଟକଣା: ଜୁନ୍ ୨୨ ଯାଏଁ ସାରା ଦେଶରେ ଟେଲିଗ୍ରାମ୍ ସେବା ବନ୍ଦ

ନୂଆଦିଲ୍ଲୀ: ନିଟ୍‌ (NEET-UG) ପରୀକ୍ଷାକୁ ସ୍ୱଚ୍ଛ ଓ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଜୁନ୍ ୨୧ ତାରିଖରେ ନିଟ୍‌-ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ସାରା ଦେଶରେ ପ୍ରସିଦ୍ଧ ସୋସିଆଲ ମିଡିଆ ଆପ୍ ‘ଟେଲିଗ୍ରାମ୍’ (Telegram) ସେବା ବନ୍ଦ ରହିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର ସୁପାରିଶ କ୍ରମେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କଟକଣା ଜୁନ୍ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲାଗୁ ରହିବ। ଏଥିସହିତ ଟେଲିଗ୍ରାମ୍‌ରେ ଥିବା ମେସେଜ୍ ଏଡିଟିଂ ଫିଚର୍ ମଧ୍ୟ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ ନାହିଁ। ମଙ୍ଗଳବାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏନଟିଏ ଏହି ସୂଚନା ଦେଇଛି। ସୂଚନା ପ୍ରଯୁକ୍ତି ଆକ୍ଟ (IT Act) – ୨୦०० ର ଧାରା 69A ଅନୁଯାୟୀ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି। ପରୀକ୍ଷା ପ୍ରକ୍ରିୟାରେ ଯେପରି କୌଣସି ଅନିୟମିତତା ନହୁଏ, ସେଥିପାଇଁ ପରୀକ୍ଷା ପରବର୍ତ୍ତୀ ସମୟ ଅର୍ଥାତ୍ ଜୁନ୍ ୨୨ ଯାଏଁ ଏହି ନିଷେଧାଦେଶ ବଳବତ୍ତର ରହିବ ବୋଲି କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button