ଟିକାକରଣରୁ ବଂଚିତ ରାଜକନିକା ଅଂଚଳବାସୀ, ଗୁରୁତ୍ୱ ଦିଅନ୍ତୁ ସରକାର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ରାଜକନିକା ବାଳିକା ଉଚ୍ଚ ବିଦ୍ୟାଳୟରେ କୋଭିଡ୍ ଟିକାକରଣ ଜାରି ରହିଛି | ଏଠାରେ ଟୀକାକରଣ ପାଇଁ ୧୮-୪୫ ବର୍ଷୀୟ ଯୁବକ ଯୁବତୀମାନେ ଅନେକ ସଂଖ୍ୟାରେ ଆସୁଛନ୍ତି | ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବହୁତ ଦୂରଦୂରାନ୍ତରୁ ଆସି ଲମ୍ବା ଲାଇନରେ ଅପେକ୍ଷା କରି ସୁଦ୍ଧା ଲୋକେ ଟୀକା ନ ନେଇ ଫେରି ଯାଉଛନ୍ତି |

ଆବଶ୍ୟକ ପରିମାଣର ଟୀକା ନ ଆସିବା ଯୋଗୁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ | ଏପଟେ କୋଭିଡର ଦ୍ଵିତୀୟ ଲହର ସାଙ୍ଘାତିକ ସ୍ଥିତିରେ ଥିଲାବେଳେ ଲୋକେ ଟୀକା ନେବାରୁ ବଂଚିତ ହେବା ଘଟଣା ନିହାତି ନିନ୍ଦନୀୟ | ତେଣୁ ରାଜ୍ୟ ସରକାର ଓ କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ ତୁରନ୍ତ ଏହା ଉପରେ ଗୁରୁତ୍ୱ ଦେଇ ଜନସାଧାରଣଙ୍କ ଦୁର୍ଲଭ ଜୀବନର ସୁରକ୍ଷା ପାଇଁ ଯଥେଷ୍ଟ ପରିମାଣରେ କୋଭିଡ ଟୀକା ଯୋଗାଇ ଦେବାପାଇଁ ରାଜକନିକା ଅଂଚଳବାସୀ ବିନମ୍ର ନିବେଦନ କରିଛନ୍ତି |

Related Articles

Leave a Reply

Your email address will not be published.

Back to top button