ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ-୨୦୨୬ ପ୍ରକ୍ରିୟାରେ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶର ସମସ୍ତ ଆସନରେ ପ୍ରାର୍ଥୀମାନେ ନିର୍ବିରୋଧ ବିଜୟୀ ହୋଇଛନ୍ତି। କର୍ଣ୍ଣାଟକର ୪ଟି ଆସନ ମଧ୍ୟରୁ ଶାସକ କଂଗ୍ରେସ ୩ଟିରେ ବିଜୟ ଗୌରବ ହାସଲ କରିଥିବା ବେଳେ ମଧ୍ୟପ୍ରଦେଶର ସମସ୍ତ ୩ଟି ଯାକ ଆସନରେ ବିଜେପି ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। କର୍ଣ୍ଣାଟକରେ ନାମାଙ୍କନ ପ୍ରତ୍ୟାହାରର ଶେଷ ସମୟ ସୀମା ପରେ ମଇଦାନରେ କେବଳ ୪ ଜଣ ପ୍ରାର୍ଥୀ ରହିଥିଲେ। ଫଳରେ ସମସ୍ତଙ୍କୁ ନିର୍ବିରୋଧ ବିଜୟୀ ଘୋଷଣା କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ସହ କଂଗ୍ରେସର ବରିଷ୍ଠ ନେତା ପବନ ଖେରା ଓ ମନସୁର ଅଲି ଖାନ ମଧ୍ୟ ନିର୍ବିରୋଧ ଭାବେ ବିଜୟୀ ହୋଇ ସଂସଦର ଉଚ୍ଚ ସଦନକୁ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ, ଚତୁର୍ଥ ଆସନରେ ଜେଡି(ଏସ୍) ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା ନିର୍ବାଚିତ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button