୫୬ ବର୍ଷରେ ପାଦ ଥାପିଲେ ରାହୁଲ ଗାନ୍ଧୀ: ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଦେଶର ପ୍ରମୁଖ ରାଜନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’  ଏବଂ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଲେଖିଛନ୍ତି, “ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ମୁଁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରୁଛି।” ରାହୁଲଙ୍କ ଜନ୍ମଦିନ ଅବସରରେ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି କ୍ରମରେ କଂଗ୍ରେସର ଅଫିସିଆଲ୍ ଆକାଉଣ୍ଟରୁ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରାଯାଇଛି। ଏଥିରେ ଲେଖାଯାଇଛି, “ଏଭଳି ଏକ ସମୟରେ ଯେଉଁଠାରେ ଅଧିକାଂଶ ଲୋକ ନୀରବ ରହିବାକୁ ପସନ୍ଦ କରନ୍ତି, ସେଠାରେ ଆପଣ ସର୍ବଦା ସତ୍ୟ ଓ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ଅନ୍ୟାୟ, ଅସମାନତା ଏବଂ କ୍ଷମତାର ଅପବ୍ୟବହାର ବିରୁଦ୍ଧରେ ଆପଣଙ୍କର ନିରନ୍ତର ଲଢ଼େଇ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଛି।”

Related Articles

Leave a Reply

Your email address will not be published. Required fields are marked *

Back to top button