ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ୩ ଜଣଙ୍କୁ ଅଟକ ରଖିଲା ପୋଲିସ

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅଟକ ଯୁବକମାନେ ହେଲେ ଏସକେ ମକବୁଲ, ଏସକେ ଟିପୁ ଏବଂ ଏସକେ ଓମାନ। ପରିବାର ପକ୍ଷରୁ କୁହାଯାଇଛି ଯେ, ଦୁଇ ଭଉଣୀ ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ୪ ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ବଳପୂର୍ବକ ସାନ ଭଉଣୀକୁ ସେଠାରୁ ଉଠାଇ ନେଇଥିଲେ ଏବଂ ଦୁଷ୍କର୍ମ କରିବା ପରେ ଗାଁ ନିକଟରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ପୀଡ଼ିତାଙ୍କ ବାପା ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଏବଂ ତାଙ୍କର ଜଣେ ସହଯୋଗୀ ମିଶି ଦୁଇ ଭଉଣୀଙ୍କୁ ବାଇକ୍ ଯୋଗେ ଏକ ନିଛାଟିଆ ସ୍ଥାନକୁ ନେଇ କଥା ହେଉଥିଲେ। ଅନ୍ୟ ଯୁବକ ଏସକେ ଟିପୁ ଓ ପୀଡ଼ିତାଙ୍କ ଭଉଣୀ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ସେମାନେ ନଫେରିବାରୁ, ସେମାନେ ଗାଁକୁ ଫେରି ଅନ୍ୟ ସହଯୋଗୀମାନଙ୍କୁ ଜଣାଇଥିଲେ। ଏହି ଘଟଣା ସମ୍ପର୍କରେ ପରିବାର ଲୋକେ ପୋଲିସକୁ ଅବଗତ କରିବା ପରେ, ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ଜଣଙ୍କୁ ଅଟକ ରଖିଛି। ବର୍ତ୍ତମାନ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button