ଆଫଗାନିସ୍ତାନ ଉପରେ ପାକିସ୍ତାନ ସେନାର ଏୟାରଷ୍ଟ୍ରାଇକ୍‌: ୧୧ ଶିଶୁଙ୍କ ସହ ୧୩ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସୀମା ଭିତରେ ପାକିସ୍ତାନ ସେନାର ବର୍ବରକାଣ୍ଡ। ପାକିସ୍ତାନ ବାୟୁସେନା ପକ୍ଷରୁ ହୋଇଥିବା ଏକ ଭୟାବହ ଏୟାରଷ୍ଟ୍ରାଇକ୍‌ରେ ୧୩ ଜଣ ପ୍ରାଣ ହରାଇଛନ୍ତି। ସବୁଠାରୁ ଦୁଃଖଦ ବିଷୟ ହେଉଛି, ମୃତକମାନଙ୍କ ମଧ୍ୟରେ ୧୧ ଜଣ ଶିଶୁ ରହିଛନ୍ତି। ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରି ହୋଇଥିବା ଏହି ଆକ୍ରମଣକୁ ନେଇ ଏବେ ଆନ୍ତର୍ଜାତୀୟ ସ୍ତରରେ ଗଭୀର ଚର୍ଚ୍ଚା ଓ ଉଦ୍‌ବେଗ ପ୍ରକାଶ ପାଇଛି। ସୂଚନା ଅନୁସାରେ, ଆଫଗାନିସ୍ତାନର କୁନାର, ଖୋସ୍ତ ଏବଂ ପକ୍ତିକା ପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ପାକିସ୍ତାନ ସେନା ପକ୍ଷରୁ ଏହି ବୋମାବର୍ଷଣ କରାଯାଇଥିଲା। ଏହି ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ଘରଦ୍ୱାର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ବହୁ ପରିବାର ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ନିରୀହ ଶିଶୁ ଓ ସାଧାରଣ ଲୋକଙ୍କ ଉପରେ ହୋଇଥିବା ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ବିଶ୍ୱର ବିଭିନ୍ନ ମାନବାଧିକାର ସଂଗଠନ ତୀବ୍ର ନିନ୍ଦା କରିଛନ୍ତି। ଅନ୍ୟପଟେ ବିଶ୍ୱ ସମୁଦାୟ ମଧ୍ୟ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ପୁନସ୍ଥାପନ ପାଇଁ ଉଭୟ ପକ୍ଷକୁ ଆହ୍ୱାନ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button