ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସଫାରୀ କାର୍‌ ଧକ୍କାରେ ବାପା-ଝିଅ ମୃତ

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଶଙ୍କରମଠ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ସଫାରୀ କାର୍‌ ପଛରୁ ଅଟୋକୁ ଶକ୍ତ ଧକ୍କା ଦେବା ଫଳରେ ବାପା ଓ ତାଙ୍କ ୫ ବର୍ଷର ନାବାଳିକା ଝିଅଙ୍କର ମୃତ୍ୟୁ ଘଟିଛି। ଧନୁପାଲି ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ଙ୍କ ସୂଚନା ଅନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ ମିନିଟ୍‌ ସମୟରେ ଧନୁପାଲି ଅଞ୍ଚଳର ସୁରେନ୍ଦ୍ର ବେହେରା (୩୫) ଓ ତାଙ୍କ ଝିଅ ଶୁଭଶ୍ରୀ ବେହେରା (୫) ଏକ ବ୍ୟାଟେରୀ ଚାଲିତ ଅଟୋରେ ଘରକୁ ଫେରୁଥିଲେ। ଏହି ସମୟରେ ଶଙ୍କରମଠ ଛକ ନିକଟରେ ପଛପଟୁ ଆସୁଥିବା ଏକ ବେପରୁଆ ସଫାରୀ କାର୍‌ ଅଟୋକୁ ସାଙ୍ଘାତିକ ଭାବେ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ ଅଟୋକୁ ପିଟିବା ପରେ ସଫାରୀ କାର୍‌ଟି ନିୟନ୍ତ୍ରଣ ହରାଇ ନିକଟରେ ଥିବା ଏକ ପୋଖରୀ ଭିତରକୁ ପଶି ଯାଇଥିଲା। ଘଟଣାସ୍ଥଳରେ ହିଁ ବାପା ଓ ଝିଅଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ଧନୁପାଲି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button