ଧାନ ପଞ୍ଜୀକରଣ ଅବଧି ଆଉ ୭ ଦିନ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କ ପାଇଁ ଏକ ଖୁସି ଖବର। ଆଗାମୀ ଧାନ କ୍ରୟ ପାଇଁ ଚାଲିଥିବା ପଞ୍ଜୀକରଣ ଅବଧିକୁ ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅଗଷ୍ଟ ୩୧ ତାରିଖରେ ଏହା ଶେଷ ହେବାର ଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି।ବିଭାଗୀୟ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି। ତେବେ କିଛି ଅଞ୍ଚଳରେ ନେଟୱାର୍କ ସମସ୍ୟା ଯୋଗୁଁ ଅନେକ ଚାଷୀ ସମୟ ମଧ୍ୟରେ ପଞ୍ଜୀକରଣ କରିବାରୁ ବଞ୍ଚିତ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ଅବଧି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ମୋଟ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ଗତ ଅଗଷ୍ଟ ୬ ତାରିଖରୁ ଏହି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନେଟୱାର୍କ ସମସ୍ୟା ଦୂର କରିବା ପାଇଁ ବୈଷୟିକ ଟିମ୍ ସହ ଆଲୋଚନା କରାଯାଉଛି। ଚାଷୀମାନେ ନିକଟସ୍ଥ ସମିତି କାର୍ଯ୍ୟାଳୟ କିମ୍ବା www.foododisha.in ପୋର୍ଟାଲ ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button