NEET ପୁନଃପରୀକ୍ଷା ପାଇଁ ଗାଇଡଲାଇନ ଜାରି କଲା NTA: ଲାଗୁ ହେବ କଡ଼ା ଡ୍ରେସ୍ କୋଡ୍

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ NEET UG 2026 ପୁନଃପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ନିମନ୍ତେ ସ୍ୱତନ୍ତ୍ର ମାର୍ଗଦର୍ଶିକା (ଗାଇଡଲାଇନ) ଜାରି କରାଯାଇଛି। ଆସନ୍ତା ଜୁନ୍ 21 ତାରିଖରେ ଦେଶର ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଏଜେନ୍ସି ପକ୍ଷରୁ କଡ଼ା ଡ୍ରେସ୍ କୋଡ୍, ବାୟୋମେଟ୍ରିକ୍ ଯାଞ୍ଚ ଏବଂ ପରୀକ୍ଷା କେନ୍ଦ୍ରକୁ ଅନୁମତି ଥିବା ସାମଗ୍ରୀ ସମ୍ପର୍କରେ ସୂଚନା ଦିଆଯାଇଛି। NEET UG 2026 ପୁନଃପରୀକ୍ଷା ଅପରାହ୍ନ 2:00 ରୁ ଆରମ୍ଭ ହୋଇ ସନ୍ଧ୍ୟା 5:15 ପର୍ଯ୍ୟନ୍ତ ଚାଲିବ। ଅତିରିକ୍ତ ସମୟ ପାଇଁ ଯୋଗ୍ୟ ବିବେଚିତ PWD ଏବଂ PwBD ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ପରୀକ୍ଷା ଅବଧି ସନ୍ଧ୍ୟା 6:20 ପର୍ଯ୍ୟନ୍ତ ରହିବ। ଚଳିତ ବର୍ଷା ଋତୁକୁ ଦୃଷ୍ଟିରେ ରଖି NTA ପ୍ରାର୍ଥୀମାନଙ୍କୁ କେତେକ କ୍ଷେତ୍ରରେ ରିହାତି ଦେଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ର ଭିତରକୁ ସ୍ୱଚ୍ଛ ପାଣି ବୋତଲ ନେଇପାରିବେ। ଏହାସହ ପ୍ରବେଶ ପତ୍ର ଯେପରି ଓଦା ନହେବ, ସେଥିପାଇଁ ଏକ ସ୍ୱଚ୍ଛ ପ୍ଲାଷ୍ଟିକ୍ ପାଉଚ୍ ବ୍ୟବହାର କରିବାକୁ ଅନୁମତି ମିଳିଛି। ତେବେ ପରୀକ୍ଷା କେନ୍ଦ୍ରକୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ହିଁ ଆଣିବାକୁ NTA ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button