ଜୁଲାଇ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇପାରେ ‘ନିଟ୍’ ରିଟେଷ୍ଟ୍ ରେଜଲ୍ଟ

ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ସଫଳତାର ସହ ଶେଷ ହୋଇଥିବା ନିଟ୍-ୟୁଜି ରିଟେଷ୍ଟ୍‌ର ଫଳାଫଳ ଆସନ୍ତା ଜୁଲାଇ ଦ୍ୱିତୀୟ ସପ୍ତାହ (ଜୁଲାଇ ୨୦) ସୁଦ୍ଧା ପ୍ରକାଶ ପାଇପାରେ ବୋଲି ଜାତୀୟ ପରୀକ୍ଷା ଏଜେନ୍ସି (NTA) ସୂତ୍ରରୁ ଜଣାପଡ଼ିଛି। ତେବେ ଏହା ପୂର୍ବରୁ NTA ସମସ୍ତ ପରୀକ୍ଷାର୍ଥୀଙ୍କୁ ଆସନ୍ତା ଜୁଲାଇ ୭ ତାରିଖ ସୁଦ୍ଧା ନିଜର ବ୍ୟାଙ୍କ ବିବରଣୀ ଅପଡେଟ୍ କରିବାକୁ ଜରୁରୀ ନିର୍ଦ୍ଦେଶ ଦେଇଛି। ଏନଟିଏ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ସମ୍ବନ୍ଧୀୟ କୌଣସି ଫି ଫେରସ୍ତ କିମ୍ବା ଅନ୍ୟାନ୍ୟ ଆର୍ଥିକ ପ୍ରକ୍ରିୟା ପାଇଁ ସଠିକ୍ ବ୍ୟାଙ୍କ ବିବରଣୀ ରହିବା ନିହାତି ଆବଶ୍ୟକ। ସେଥିପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ସୂଚନା ୱେବସାଇଟ୍‌ରେ ଅପଡେଟ୍ କରିବାକୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button